26, అక్టోబర్ 2016, బుధవారం

ଜୀବନର ସତ୍ୟତା, ମଣିଷର ଚତୁରତା-:

ଜୀବନର ସତ୍ୟତା, ମଣିଷର ଚତୁରତା-:

ଭଗବାନ ପ୍ରଥମେ ଗଧକୁ ସଂସାରକୁ ଆଣିଲେ । ତାର ନାମ ଗଧ ଦେଲେ ଓ କହିଲେ ତୁ ସାରାା ଜୀବନ କାମ କରିବୁ, କେବେ ବି ଥକିବୁ ନାହିଁ । ତୋର ଖାଦ୍ୟ ଘାସ ଓ ବୟସ ୫୦ବର୍ଷ ହେବ ।
ଗଧ କହିଲା ପ୍ରଭୁ ୫୦ବର୍ଷତ ବହୁତ ହୋଇଯାଉଛି । ମୋତେ ମାତ୍ର ୨୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ପରେ କୁକୁରକୁ ସଂସାରକୁ ଆଣିଲେ । ତାର କାମ ହେଲା ମଣିଷର ଜଗୁଆଳି କରିବ ଓ ମଣିଷ ଯାହା ଦେବ ସେସବୁ ଖାଇ ବଞ୍ଚିବ । ତୋର ବୟସ ୩୦ବର୍ଷ ହେବ । କୁକୁର କହିଲା ୩୦ବର୍ଷତ ବହୁତ ହୋଇଗଲା ପ୍ରଭୁ । ମୋତେ ୧୫ବର୍ଷ ଦିଅ । ଭଗବାନ ତଥାସ୍ତୁ କହିଲେ ।

ପରେ ସଂସାରରେ ମାଙ୍କଡ ଜନ୍ମ ନେଲା । ଭଗବାନ କହିଲେ ତୁ କେବଳ ଏ ଡାଳରୁ ସେ ଡାଳକୁ ଡେଇଁବୁ । ତୋର ବୟସ ୨୦ବର୍ଷ । ମାଙ୍କଡ କହିଲା ୨୦ବର୍ଷ ବହୁତ ହୋଇଗଲା, ମୋତେ ମାତ୍ର ୧୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ସର୍ବଶେଷରେ ଭଗବାନ ମଣିଷ ଦୁନିଆକୁ ଆଣିଲେ ଓ କହିଲେ ତୁମେ ଜୀବ ଜଗତର ସବୁଠାରୁ ଶ୍ରେଷ୍ଠ ପ୍ରାଣି । ତୁମ ବୟସ ୨୦ ବର୍ଷ । ମଣିଷ କହିଲା ପ୍ରଭୁ ଏତେ କମ୍ ବୟସ ମୋର ? ମୋତେ ସେ ଗଧର ୩୦ବର୍ଷ, କୁକୁରର ୧୫ବର୍ଷ ଓ ମାଙ୍କଡର ୧୦ ବର୍ଷ ମୋତେ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ । ସେଦିନ ଠାରୁ ଭଗବାନଙ୍କ ଦ୍ବାରା ଦିଆଯାଇଥିବା ୨୦ବର୍ଷ  ମଣିଷତ୍ବ, ବିବେକ, ବୁଦ୍ଧି ଓ ନ୍ୟାୟବନ୍ତ ପରି ମଣିଷଟିଏ ହୋଇ ବଞ୍ଚୁଛି । ବିବାହ ସରିବା ପରେ ଗଧ ଠାରୁ ଆଣିଥିବା ୩୦ବର୍ଷ ଗଧ ପରି କାମ କରେ । ସନ୍ତାନ ସନ୍ତତି ବଡ ହୋଇଯିବା ପରେ କୁକୁରର ୧୫ବର୍ଷରେ ସେ ସେମାନଙ୍କୁ ଜଗୁଆଳି ହୋଇ ଜଗି ରହେ । ଯାହା ଖାଇବାକୁ ଦିଅନ୍ତି ଖାଏ ନହେଲେ ନାହିଁ । ବାକି ରହିଲା ମାଙ୍କଡର ୧୦ବର୍ଷ, ସେ ଆଜି ବଡପୁଅ ଘରେ ତ କାଲି ସାନ ପୁଅ ଓ ଆଉ କିଛି ଦିନ ଝିଅ  ଘରେ ମାଙ୍କଡ ପରି ଏ ଡାଳରୁ ସେ ଡାଳକୁ ଡେଇଁଥାଏ । ନାତି ନାତୁଣିଙ୍କୁ ଖୁସି କରିବା ପାଇଁ କେତେବେଳେ ବାଘ ହୋଇଯାଏ ତ କେତେବେଳେ ଭାଲୁ ହୋଇଯାଏ । ଏହା ହେଉଛି ମଣୀଷ ଜୀବନର ସତ୍ୟତା ।

Heart Touching story...

Heart Touching story...

ରାତି ପ୍ରାୟ ୧୨ଟା ହେବାକୁ ଜାଉଥିଲା, ପ୍ରବଳ ବର୍ଷା ବି ପଡ଼ୁଥିଲା..
"ଅଜୟ" ଓ ତାଙ୍କ ସ୍ତ୍ରୀ "ପ୍ରିୟା " ଜଣେ ସାଙ୍ଗ ବାହାଘର ପାର୍ଟି ରୁ ଫେରୁଥିଲେ..
ବର୍ଷା ପଡ଼ୁଥୁବାରୁ ଅଜୟ ଧିରେ ଧିରେ ଗାଡ଼ି ଚଲଉଥିଲେ. ଅଚାନକ ଅଜୟ ସାମ୍ନାରେ ଏକ ବିଜୁଳି ପଡିଲାଭଳି ଆଲୋକ ଦେଖାଗଲା..

ଅଜୟ ଦେଖିଲେ ଗାଡ଼ି ସାମ୍ନାରେ ଜଣେ ସ୍ତ୍ରୀ ଲୋକ ଛିଡା ହେଇଥିଲେ.. ଅଜୟ ଗାଡ଼ି ଛିଡା କରିବାରୁ ତାଙ୍କ ସ୍ତ୍ରୀ ପ୍ରିୟା ପଚାରିଲା:- କଣ ହେଲା..? ଗାଡ଼ି କାହିଁକି ରୋକିଦେଲ..?

ଅଜୟ, ପ୍ରିୟା କୁ ସାମ୍ନା କୁ ଦେଖିବାକୁ ଇସାରା କଲେ.!
ପ୍ରିୟା ସାମ୍ନା କୁ ଦେଖି ଡରିଗଲା, କାହିଁକି ନା ସୁନସାନ ରାତି,ନିଛାଟିଆ ରାସ୍ତାରେ ବର୍ଷା ପଡୁଥିବା ବେଳେ ଏଇ ସ୍ତ୍ରୀ ଲୋକ ଟି କିଏ...?

ପ୍ରିୟା ଡରିଜାଇ ଅଜୟ କୁ ଗାଡ଼ି ସ୍ଟାର୍ଟ କରିବାକୁ କହିଲା...!
ହେଲେ ଗାଡ଼ି ସ୍ଟାର୍ଟ ହେଉନଥିଲା...

ଗାଡ଼ି ବାହାରେ ଛିଡା ହେଇ ସେ ସ୍ତ୍ରୀ ଲୋକ ଟି ବର୍ଷା ରେ ଭିଜି ଜାଇଥିଲେ.. ସେ ହାତଜୋଡି ବିନତି କରୁଥିଲେ ଗାଡ଼ି ର କାଚ ତଳକୁ କରିବା ପାଇଁ....😢

ଅଜୟ କୁ ଲାଗିଲା କି ସେ ସ୍ତ୍ରୀ ଲୋକ ଟି
ହୁଏତ ବହୁତ ବଡ଼ ଅସୁବିଧା ରେ ଅଛନ୍ତି, ତେଣୁ ଗାଡ଼ି ର କାଚ ତଳକୁ କରିଦେଲା...

ସେଇ ସ୍ତ୍ରୀ ଲୋକ ଟି ହାତଜୋଡି ବିନତି କରି କହିଲା:-
"ଭାଇ ମତେ ଟିକେ ସାହାଜ୍ୟ କର...
ପ୍ରବଳ ବର୍ଷା ଯୋଗୁଁ ମୋ ଗାଡ଼ି ଆକ୍ସିଡେଣ୍ଟ ହେଇଗଲା;
ମୋ ଗାଡ଼ି ରାସ୍ତା ତଳକୁ ଖସି ଜାଇଛି, ସେଥିରେ ମୋର ଛୋଟ ଝିଅ ସୋଇଛି... ଦୟାକରି ମୋ ଝିଅକୁ ବଞ୍ଚାନ୍ତୁ"...😢😢

ଅଜୟ ଗାଡ଼ି ରୁ ଓହ୍ଲାଇ ସେ ସ୍ତ୍ରୀ ଲୋକ ର ପଛେ ପଛେ ଗଲା..
ଆକ୍ସିଡେଣ୍ଟ ହେଇଥିବା ଗାଡ଼ି ପାଖରେ ପହ୍ଞ୍ଚି ଅଜୟ ଦେଖିଲା ସେଥରେ ଗୋଟେ.. "ଅତି ସୁନ୍ଦର କଣ୍ଢେଇ ଭଳି ଛୋଟ ଝିଅ ଟି କାନ୍ଦୁଥିଲା..."
ଅଜୟ ଝିଅକୁ ବାହାରକୁ ବାହାର କଲା,
ପୁଣି ଅଜୟ କୁ ଲାଗିଲା କି ଡ୍ରାଇଭର ସିଟ୍ ରେ କେହିଜଣେ ଅଛନ୍ତି...!

ଜେତେବେଳେ ଅଜୟ ଡ୍ରାଇଭର କୁ ଦେଖିଲା ତାଆର ହୋସ୍ ଉଡିଗଲା... କାହିଁକି ନା ଡ୍ରାଇଭର ସିଟ୍ ରେ ସେଇ ସ୍ତ୍ରୀ ଲୋକ ଟି ରକ୍ତ ଜୁଡୁବୁଡୁ ହେଇ ପଡିଥିଲେ...

ଅଜୟ ଏବେ ସବୁ କାହାଣି ବୁଝିପାରିଲେ....
ଏବଂ ସେ କୁନି ଝିଅକୁ ଧରି ନିଜ ଗାଡ଼ି ପାଖକୁ ଫେରି ଆସିଲେ..

ଅଜୟ ର ସ୍ତ୍ରୀ ପ୍ରିୟା ପଚାରିଲା:-
      "ସେ ମହିଳା ଜଣକ କୁଆଡେ ଗଲେ..?? ସେ କିଏ...??

ଅଜୟ କହିଲା-
  .
  .
  .
ସେ ଜଣେ "ମା"..
ଜିଏ ମରିଗଲା ପରେ ବି ତା ଛୁଆ କୁ ବଞ୍ଚାଇବା ପାଇଁ ତଡ଼ପୁ ଥିଲେ, ....
😢😢😢😢😢😢😢😢😢😢

Share if it touch yr heart

5, అక్టోబర్ 2016, బుధవారం

🐢କଇଁଛ ଓ 🐇ଠେକୁଆ କାହାଣୀ

   🐢କଇଁଛ ଓ 🐇ଠେକୁଆ କାହାଣୀ
✍ଏକ ନୂଆ ରୂପରେ, ✍ଭିନ୍ନ ଶୈଳୀରେ
======================
ଆମେ ସମସ୍ତେ 🐢କଇଁଛ ଓ 🐇ଠେକୁଆଙ୍କ
କାହାଣୀ ଜାଣିଛନ୍ତି। ପୁରୁଣା କାହାଣୀଟି ଏହିପରି-:
✍ ଥରେ 🐢କଇଁଛ ଓ 🐇ଠେକୁଆ ମଧ୍ୟରେ
ଏକ ଦୌଡ଼ ପ୍ରତିଯୋଗିତା ହେଲା।
🐇ଠେକୁଆ ଦ୍ରୁତ ଗତିରେ ଦୌଡ଼ି ଦୌଡ଼ି
ବହୁତ ଆଗକୁ ଯିବାପରେ ପଛକୁ ଚାହିଁ
ଦେଖିଲା ଯେ, ଦୂର ଦୂର ପର୍ଯ୍ୟନ୍ତ 🐢କଇଁଛର
ଦେଖା ନାହିଁ। ଲକ୍ଷ୍ୟ ସ୍ଥଳ ତ ଆଉ ଅଳ୍ପ ବାଟ
ବାକି ଅଛି । ସେ ମନେ ମନେ ଭାବିଲା
🐢କଇଁଛକୁ ତ ଏଠାକୁ ଆସିବାକୁ ବହୁତ ସମୟ
ଲାଗିଯିବ। ସେଥିପାଇଁ ସେ ସେଠାରେ ଏକ ଗଛ
ଛାଇରେ ବିଶ୍ରାମ କଲା। ବିଶ୍ରାମ କରୁ କରୁ
କେତେବେଳେ ଯେ ନିଦ ଆସିଯାଇଛି ତାକୁ
ଜଣାନାହିଁ। 🐇ଠେକୁଆର ନିଦ ଭାଙ୍ଗିଲା ବେଳକୁ
🐢କଇଁଛ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସାରିଥିଲା।
MORAL-: 👉Slow and steady
wins the race.
***************
✍ନୂଆ କାହାଣୀ-:
କିନ୍ତୁ ପ୍ରତିଯୋଗିତାରେ ହାରିବା ପରେ
🐇ଠେକୁଆ ନିଜର ଭୁଲ ବୁଝିପାରିଲା।
ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ
ତାକୁ ବିଶ୍ରାମ ନେବାର ଥିଲା।
ନିଜର overconfidence ପାଇଁ ସେ ହାରିଲା।
ପରଦିନ ପୁଣିଥରେ ସମାନ ପ୍ରତିଯୋଗିତା ପାଇଁ
ଦୁହେଁ ରାଜି ହେଲେ। ପ୍ରଥମ ପ୍ରତିଯୋଗିତା ଜିତି
🐢କଇଁଛର ଆତ୍ମବିଶ୍ଵାସ ଦୃଢ଼ ଥିଲା।
ଏଥର ଦୋୖଡରେ 🐇ଠେକୁଆ ନିଜର ଭୁଲକୁ
ପୁନରାବୃତ୍ତି ନ କରି ବିନା ବିଶ୍ରାମରେ ଦୌଡ଼ି ଦୌଡ଼ି
🐢କଇଁଛଠାରୁ ବହୁତ ଆଗରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲା।
MORAL-: 👉First and consistent will always beat the Slow and steady.
***********************************
ଏଥର 🐢କଇଁଛ ହାରିବା ପରେ ସେ ନିଜକୁ
ନିଜେ ବୁଝିପାରିଲା ଯେ, ଏବେ ଯେଉଁ ପ୍ରକାରର
ଦୌଡ଼ ପ୍ରତିଯୋଗିତା ଚାଲିଛି, ସେ କେବେ ମଧ୍ୟ
🐇ଠେକୁଆକୁ ପରାସ୍ତ କରିପାରିବ ନାହିଁ।
ସେ ଗୋଟିଏ ନୂଆପ୍ରକାରର ପ୍ରତିଯୋଗିତା ପାଇଁ
🐇ଠେକୁଆକୁ ଆହ୍ୱାନ ଦେଲା।
ନିଜ ଇଚ୍ଛା ଅନୁସାରେ ସେ ଲକ୍ଷ୍ୟ ସ୍ଥଳର ଗତିପଥକୁ ପରିବର୍ତ୍ତନ କରିଦେଲା।
ପୂର୍ବ ପ୍ରତିଯୋଗିତାରେ ଜିତି 🐇ଠେକୁଆର
ଆତ୍ମବିଶ୍ଵାସ ବଢିଯାଇଥିଲା।
ସେ ସେହି ପ୍ରତିଯୋଗିତା ପାଇଁ ରାଜି ହୋଇଗଲା।
ଠିକ ସମୟରେ ପ୍ରତିଯୋଗିତା ଆରମ୍ଭ ହେଲା।
🐇ଠେକୁଆ ଯୋର୍ ରେ ନିଜର ଦୌଡ ଆରମ୍ଭ କରି
ଲକ୍ଷ୍ୟ ସ୍ଥଳ ଆଡକୁ ଅଗ୍ରସର ହେଲା।
କିନ୍ତୁ ରାସ୍ତାରେ ଏକ ପ୍ରବଳ ସ୍ରୋତ ଥିବା ନଦୀ ପଡ଼ିଲା।
ବିଚରା 🐇ଠେକୁଆକୁ ସେହିଠାରେ ହିଁ ଅଟକିବାକୁ ପଡ଼ିଲା।
କିନ୍ତୁ 🐢କଇଁଛ ଧୀରେ ଧୀରେ ଚାଲି ଚାଲି
ନଦୀ ନିକଟରେ ପହଞ୍ଚିଲା ଏବଂ ଅତି ସହଜରେ
ନଦୀ ପାର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲା।
MORAL-: 👉Know your core compitencies and work
accordingly to succeed .
*************************
ବାରମ୍ବାର ମିଳାମିଶା ଭିତରେ 🐇ଠେକୁଆ ଓ
🐢କଇଁଛଙ୍କ ମଧ୍ୟରେ ବନ୍ଧୁତା ବଢ଼ି ଯାଇଥିଲା।
ପ୍ରତ୍ୟେକ ନିଜନିଜର ଶକ୍ତି ଓ କମଯୋରିକୁ
ଜାଣିଯାଇଥିଲେ। ତେଣୁ ସେମାନେ ଦୁହେଁ ମିଶି
ବିଚାର କଲେ ଯେ, ଯଦି ଆମେ ପରସ୍ପର
ପ୍ରତିଯୋଗୀ ଭାବେ ନ ଲଢ଼ି ମିଳିତ ଭାବେ
ଆମ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ
ଚେଷ୍ଟା କରିବା ତେବେ ଆମେ ନିଶ୍ଚୟ ସଫଳ ହେବା।
ପରଦିନ ପ୍ରତିଯୋଗିତା ଆରମ୍ଭ ହେଲା।
ପ୍ରତିଯୋଗିତାର ଆରମ୍ଭରୁ 🐇ଠେକୁଆ
🐢କଇଁଛକୁ ନିଜ ପିଠି ଉପରେ ବସାଇ
ଲକ୍ଷ୍ୟ ସ୍ଥଳ ଆଡକୁ ଦୌଡ଼ିବା ଆରମ୍ଭ କଲା।
ବହୁତ ଶୀଘ୍ର ଦୁଇଜଣଯାକ ନଦୀକୂଳରେ ପହଞ୍ଚିଗଲେ।
ଏବେ 🐢କଇଁଛର ପାଳି। ପାଣି ଭିତରେ 🐢କଇଁଛ
🐇ଠେକୁଆକୁ ନିଜ ପିଠି ଉପରେ ବସାଇ
ଅତି ସହଜରେ ନଦୀ ପାର ହୋଇଗଲା।
ତା' ପରେ ପୁଣି 🐇ଠେକୁଆ 🐢କଇଁଛକୁ
ନିଜ ପିଠିରେ ବସାଇ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳକୁ ଅତିକ୍ରମ କରିଗଲା। ସ୍ଥିରୀକୃତ ସମୟର
ବହୁତ ଆଗରୁ ଦୁଇଜଣଯାକ ନିଜର
ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିବାରୁ
ସେମାନେ ବହୁତ ଖୁସି ଥିଲେ।
ଯେଉଁ ଖୁସି କି ସେମାନେ ଆଗରୁ
କେବେ ମଧ୍ୟ ଅନୁଭବ କରି ନ ଥିଲେ।
MORAL-: 👉Team work is always
Better than individual performance .
*************************************