26, అక్టోబర్ 2016, బుధవారం

ଜୀବନର ସତ୍ୟତା, ମଣିଷର ଚତୁରତା-:

ଜୀବନର ସତ୍ୟତା, ମଣିଷର ଚତୁରତା-:

ଭଗବାନ ପ୍ରଥମେ ଗଧକୁ ସଂସାରକୁ ଆଣିଲେ । ତାର ନାମ ଗଧ ଦେଲେ ଓ କହିଲେ ତୁ ସାରାା ଜୀବନ କାମ କରିବୁ, କେବେ ବି ଥକିବୁ ନାହିଁ । ତୋର ଖାଦ୍ୟ ଘାସ ଓ ବୟସ ୫୦ବର୍ଷ ହେବ ।
ଗଧ କହିଲା ପ୍ରଭୁ ୫୦ବର୍ଷତ ବହୁତ ହୋଇଯାଉଛି । ମୋତେ ମାତ୍ର ୨୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ପରେ କୁକୁରକୁ ସଂସାରକୁ ଆଣିଲେ । ତାର କାମ ହେଲା ମଣିଷର ଜଗୁଆଳି କରିବ ଓ ମଣିଷ ଯାହା ଦେବ ସେସବୁ ଖାଇ ବଞ୍ଚିବ । ତୋର ବୟସ ୩୦ବର୍ଷ ହେବ । କୁକୁର କହିଲା ୩୦ବର୍ଷତ ବହୁତ ହୋଇଗଲା ପ୍ରଭୁ । ମୋତେ ୧୫ବର୍ଷ ଦିଅ । ଭଗବାନ ତଥାସ୍ତୁ କହିଲେ ।

ପରେ ସଂସାରରେ ମାଙ୍କଡ ଜନ୍ମ ନେଲା । ଭଗବାନ କହିଲେ ତୁ କେବଳ ଏ ଡାଳରୁ ସେ ଡାଳକୁ ଡେଇଁବୁ । ତୋର ବୟସ ୨୦ବର୍ଷ । ମାଙ୍କଡ କହିଲା ୨୦ବର୍ଷ ବହୁତ ହୋଇଗଲା, ମୋତେ ମାତ୍ର ୧୦ବର୍ଷ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ ।

ସର୍ବଶେଷରେ ଭଗବାନ ମଣିଷ ଦୁନିଆକୁ ଆଣିଲେ ଓ କହିଲେ ତୁମେ ଜୀବ ଜଗତର ସବୁଠାରୁ ଶ୍ରେଷ୍ଠ ପ୍ରାଣି । ତୁମ ବୟସ ୨୦ ବର୍ଷ । ମଣିଷ କହିଲା ପ୍ରଭୁ ଏତେ କମ୍ ବୟସ ମୋର ? ମୋତେ ସେ ଗଧର ୩୦ବର୍ଷ, କୁକୁରର ୧୫ବର୍ଷ ଓ ମାଙ୍କଡର ୧୦ ବର୍ଷ ମୋତେ ଦିଅ । ଭଗବାନ ତଥାସ୍ତୁ କହି ଚାଲିଗଲେ । ସେଦିନ ଠାରୁ ଭଗବାନଙ୍କ ଦ୍ବାରା ଦିଆଯାଇଥିବା ୨୦ବର୍ଷ  ମଣିଷତ୍ବ, ବିବେକ, ବୁଦ୍ଧି ଓ ନ୍ୟାୟବନ୍ତ ପରି ମଣିଷଟିଏ ହୋଇ ବଞ୍ଚୁଛି । ବିବାହ ସରିବା ପରେ ଗଧ ଠାରୁ ଆଣିଥିବା ୩୦ବର୍ଷ ଗଧ ପରି କାମ କରେ । ସନ୍ତାନ ସନ୍ତତି ବଡ ହୋଇଯିବା ପରେ କୁକୁରର ୧୫ବର୍ଷରେ ସେ ସେମାନଙ୍କୁ ଜଗୁଆଳି ହୋଇ ଜଗି ରହେ । ଯାହା ଖାଇବାକୁ ଦିଅନ୍ତି ଖାଏ ନହେଲେ ନାହିଁ । ବାକି ରହିଲା ମାଙ୍କଡର ୧୦ବର୍ଷ, ସେ ଆଜି ବଡପୁଅ ଘରେ ତ କାଲି ସାନ ପୁଅ ଓ ଆଉ କିଛି ଦିନ ଝିଅ  ଘରେ ମାଙ୍କଡ ପରି ଏ ଡାଳରୁ ସେ ଡାଳକୁ ଡେଇଁଥାଏ । ନାତି ନାତୁଣିଙ୍କୁ ଖୁସି କରିବା ପାଇଁ କେତେବେଳେ ବାଘ ହୋଇଯାଏ ତ କେତେବେଳେ ଭାଲୁ ହୋଇଯାଏ । ଏହା ହେଉଛି ମଣୀଷ ଜୀବନର ସତ୍ୟତା ।

కామెంట్‌లు లేవు:

కామెంట్‌ను పోస్ట్ చేయండి