5, అక్టోబర్ 2016, బుధవారం

🐢କଇଁଛ ଓ 🐇ଠେକୁଆ କାହାଣୀ

   🐢କଇଁଛ ଓ 🐇ଠେକୁଆ କାହାଣୀ
✍ଏକ ନୂଆ ରୂପରେ, ✍ଭିନ୍ନ ଶୈଳୀରେ
======================
ଆମେ ସମସ୍ତେ 🐢କଇଁଛ ଓ 🐇ଠେକୁଆଙ୍କ
କାହାଣୀ ଜାଣିଛନ୍ତି। ପୁରୁଣା କାହାଣୀଟି ଏହିପରି-:
✍ ଥରେ 🐢କଇଁଛ ଓ 🐇ଠେକୁଆ ମଧ୍ୟରେ
ଏକ ଦୌଡ଼ ପ୍ରତିଯୋଗିତା ହେଲା।
🐇ଠେକୁଆ ଦ୍ରୁତ ଗତିରେ ଦୌଡ଼ି ଦୌଡ଼ି
ବହୁତ ଆଗକୁ ଯିବାପରେ ପଛକୁ ଚାହିଁ
ଦେଖିଲା ଯେ, ଦୂର ଦୂର ପର୍ଯ୍ୟନ୍ତ 🐢କଇଁଛର
ଦେଖା ନାହିଁ। ଲକ୍ଷ୍ୟ ସ୍ଥଳ ତ ଆଉ ଅଳ୍ପ ବାଟ
ବାକି ଅଛି । ସେ ମନେ ମନେ ଭାବିଲା
🐢କଇଁଛକୁ ତ ଏଠାକୁ ଆସିବାକୁ ବହୁତ ସମୟ
ଲାଗିଯିବ। ସେଥିପାଇଁ ସେ ସେଠାରେ ଏକ ଗଛ
ଛାଇରେ ବିଶ୍ରାମ କଲା। ବିଶ୍ରାମ କରୁ କରୁ
କେତେବେଳେ ଯେ ନିଦ ଆସିଯାଇଛି ତାକୁ
ଜଣାନାହିଁ। 🐇ଠେକୁଆର ନିଦ ଭାଙ୍ଗିଲା ବେଳକୁ
🐢କଇଁଛ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ସାରିଥିଲା।
MORAL-: 👉Slow and steady
wins the race.
***************
✍ନୂଆ କାହାଣୀ-:
କିନ୍ତୁ ପ୍ରତିଯୋଗିତାରେ ହାରିବା ପରେ
🐇ଠେକୁଆ ନିଜର ଭୁଲ ବୁଝିପାରିଲା।
ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପରେ
ତାକୁ ବିଶ୍ରାମ ନେବାର ଥିଲା।
ନିଜର overconfidence ପାଇଁ ସେ ହାରିଲା।
ପରଦିନ ପୁଣିଥରେ ସମାନ ପ୍ରତିଯୋଗିତା ପାଇଁ
ଦୁହେଁ ରାଜି ହେଲେ। ପ୍ରଥମ ପ୍ରତିଯୋଗିତା ଜିତି
🐢କଇଁଛର ଆତ୍ମବିଶ୍ଵାସ ଦୃଢ଼ ଥିଲା।
ଏଥର ଦୋୖଡରେ 🐇ଠେକୁଆ ନିଜର ଭୁଲକୁ
ପୁନରାବୃତ୍ତି ନ କରି ବିନା ବିଶ୍ରାମରେ ଦୌଡ଼ି ଦୌଡ଼ି
🐢କଇଁଛଠାରୁ ବହୁତ ଆଗରୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲା।
MORAL-: 👉First and consistent will always beat the Slow and steady.
***********************************
ଏଥର 🐢କଇଁଛ ହାରିବା ପରେ ସେ ନିଜକୁ
ନିଜେ ବୁଝିପାରିଲା ଯେ, ଏବେ ଯେଉଁ ପ୍ରକାରର
ଦୌଡ଼ ପ୍ରତିଯୋଗିତା ଚାଲିଛି, ସେ କେବେ ମଧ୍ୟ
🐇ଠେକୁଆକୁ ପରାସ୍ତ କରିପାରିବ ନାହିଁ।
ସେ ଗୋଟିଏ ନୂଆପ୍ରକାରର ପ୍ରତିଯୋଗିତା ପାଇଁ
🐇ଠେକୁଆକୁ ଆହ୍ୱାନ ଦେଲା।
ନିଜ ଇଚ୍ଛା ଅନୁସାରେ ସେ ଲକ୍ଷ୍ୟ ସ୍ଥଳର ଗତିପଥକୁ ପରିବର୍ତ୍ତନ କରିଦେଲା।
ପୂର୍ବ ପ୍ରତିଯୋଗିତାରେ ଜିତି 🐇ଠେକୁଆର
ଆତ୍ମବିଶ୍ଵାସ ବଢିଯାଇଥିଲା।
ସେ ସେହି ପ୍ରତିଯୋଗିତା ପାଇଁ ରାଜି ହୋଇଗଲା।
ଠିକ ସମୟରେ ପ୍ରତିଯୋଗିତା ଆରମ୍ଭ ହେଲା।
🐇ଠେକୁଆ ଯୋର୍ ରେ ନିଜର ଦୌଡ ଆରମ୍ଭ କରି
ଲକ୍ଷ୍ୟ ସ୍ଥଳ ଆଡକୁ ଅଗ୍ରସର ହେଲା।
କିନ୍ତୁ ରାସ୍ତାରେ ଏକ ପ୍ରବଳ ସ୍ରୋତ ଥିବା ନଦୀ ପଡ଼ିଲା।
ବିଚରା 🐇ଠେକୁଆକୁ ସେହିଠାରେ ହିଁ ଅଟକିବାକୁ ପଡ଼ିଲା।
କିନ୍ତୁ 🐢କଇଁଛ ଧୀରେ ଧୀରେ ଚାଲି ଚାଲି
ନଦୀ ନିକଟରେ ପହଞ୍ଚିଲା ଏବଂ ଅତି ସହଜରେ
ନଦୀ ପାର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଗଲା।
MORAL-: 👉Know your core compitencies and work
accordingly to succeed .
*************************
ବାରମ୍ବାର ମିଳାମିଶା ଭିତରେ 🐇ଠେକୁଆ ଓ
🐢କଇଁଛଙ୍କ ମଧ୍ୟରେ ବନ୍ଧୁତା ବଢ଼ି ଯାଇଥିଲା।
ପ୍ରତ୍ୟେକ ନିଜନିଜର ଶକ୍ତି ଓ କମଯୋରିକୁ
ଜାଣିଯାଇଥିଲେ। ତେଣୁ ସେମାନେ ଦୁହେଁ ମିଶି
ବିଚାର କଲେ ଯେ, ଯଦି ଆମେ ପରସ୍ପର
ପ୍ରତିଯୋଗୀ ଭାବେ ନ ଲଢ଼ି ମିଳିତ ଭାବେ
ଆମ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ
ଚେଷ୍ଟା କରିବା ତେବେ ଆମେ ନିଶ୍ଚୟ ସଫଳ ହେବା।
ପରଦିନ ପ୍ରତିଯୋଗିତା ଆରମ୍ଭ ହେଲା।
ପ୍ରତିଯୋଗିତାର ଆରମ୍ଭରୁ 🐇ଠେକୁଆ
🐢କଇଁଛକୁ ନିଜ ପିଠି ଉପରେ ବସାଇ
ଲକ୍ଷ୍ୟ ସ୍ଥଳ ଆଡକୁ ଦୌଡ଼ିବା ଆରମ୍ଭ କଲା।
ବହୁତ ଶୀଘ୍ର ଦୁଇଜଣଯାକ ନଦୀକୂଳରେ ପହଞ୍ଚିଗଲେ।
ଏବେ 🐢କଇଁଛର ପାଳି। ପାଣି ଭିତରେ 🐢କଇଁଛ
🐇ଠେକୁଆକୁ ନିଜ ପିଠି ଉପରେ ବସାଇ
ଅତି ସହଜରେ ନଦୀ ପାର ହୋଇଗଲା।
ତା' ପରେ ପୁଣି 🐇ଠେକୁଆ 🐢କଇଁଛକୁ
ନିଜ ପିଠିରେ ବସାଇ ନିର୍ଦ୍ଧାରିତ ଲକ୍ଷ୍ୟ ସ୍ଥଳକୁ ଅତିକ୍ରମ କରିଗଲା। ସ୍ଥିରୀକୃତ ସମୟର
ବହୁତ ଆଗରୁ ଦୁଇଜଣଯାକ ନିଜର
ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଇଥିବାରୁ
ସେମାନେ ବହୁତ ଖୁସି ଥିଲେ।
ଯେଉଁ ଖୁସି କି ସେମାନେ ଆଗରୁ
କେବେ ମଧ୍ୟ ଅନୁଭବ କରି ନ ଥିଲେ।
MORAL-: 👉Team work is always
Better than individual performance .
*************************************

కామెంట్‌లు లేవు:

కామెంట్‌ను పోస్ట్ చేయండి